ଡାଃ ସୌମ୍ୟ ରଞ୍ଜନ ଖଟୁଆ ( ଓ ଭି ଏସ - ୧ ) ତୁଳସୀ କ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲାର ପୁରୁଷୋତ୍ତମପୁର ଗ୍ରାମର ପିତା ସ୍ବର୍ଗତ ଗୁରୁଚରଣ ଖଟୁଆ ଏବଂ ମାତା ଶ୍ରୀମତୀ ସୌଦାମିନୀ ଖଟୁଆ ଙ୍କ ଜ୍ୟେଷ୍ଠ ପୁତ୍ର ହେଲେ ଲେଖକ ଡା ସୌମ୍ୟ ରଞ୍ଜନ ଖଟୁଆ ଶିକ୍ଷକଙ୍କ ସନ୍ତାନ ତେଣୁ ଲେଖାଲେଖି ପ୍ରତି ରୁଚି ବୁଦ୍ଧି ବିକଶିତ ବେଳରୁ ଯାହା ରେଭେନ୍ସା ମହାବିଦ୍ୟାଳୟ ର ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ରେ କଢି ହେଲା କିନ୍ତୁ ଓଡିଶା ଭେଟେରିନାରୀ ମହାବିଦ୍ୟାଳୟ ର " ଦି ଉତ୍କଳ ଭେଟେରିନରିଆନ" ପତ୍ରିକାରେ ପ୍ରସ୍ଫୁଟିତ ହୋଇ ବାସ ଚହଟାଇ ଥିଲା । ଯୁବ ଲେଖକ ଡା ସୌମ୍ୟ ପେଷାରେ ଓଡିଶା ସରକାରଙ୍କ ଅଧିନସ୍ଥ ଜଣେ କନିଷ୍ଠ ପ୍ରଥମ ଶ୍ରେଣୀ ଅଧିକାରୀ କିନ୍ତୁ ନିଶା ସମାଜର ବିଭିନ୍ନ କଥାକୁ କବିତା ଗଳ୍ପ ରୂପେ ପ୍ରକାଶ କରିବାରେ । ସମାଜର ବିଭନ୍ନ ଅବହେଳା , କଷ୍ଟ , ଦୁଃଖ ଓ ସଂସ୍କୃତି ସଂସ୍କାର କୁ କବିତା ଗଳ୍ପ ମାଧ୍ୟମରେ ପ୍ରସ୍ଫୁଟିତ କରାଇ ସମାଜରେ ସଚେତନତା କରିବା ତାଙ୍କ ଉଦ୍ଧେଶ୍ୟ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାବର ଠାକୁର କିଏ କୁହେ ତାଙ୍କୁ ଭାବଗ୍ରାହୀ , ଅନ୍ତର୍ଯ୍ୟାମୀ ପୁଣି ଚକାଆଖି ; ହେଲେ ରସିକ ନାଗର ଷୋହଳ କଳାରେ ପୂର୍ଣ୍ଣ କାଳିଆ ଯେ ଲେଖକଙ୍କ ପାଇଁ ଘରର ମୁରବୀ " ଶ୍ରୀ ମହାବାହୁ " । ସେ କୁହନ୍ତି ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ତାଙ୍କରି ବିଷୟରେ ଏହି ରଚନା " ତୁମେ ଅନନ୍ତ ଅକ୍ଷୟ ହେ ଜଗନ୍ନାଥ " । ପୁଣି ଲେଖକ ଡା ସୌମ୍ୟ କୁହନ୍ତି ତାଙ୍କ ପାଇଁ ମହାବାହୁ ଯେ ପଥ ପୁଣି ପଥିକ ପୁଣି ଲେଖନୀ ଓ କଲମ ରୁ ନିସୃତ ସ୍ୟାହି ଅତଏବ ଏହି ଲେଖା ଟି ବି ସମସ୍ତ ତାଙ୍କରି ଇଚ୍ଛାରୁ ସୃଷ୍ଟି ତେଣୁ ସମସ୍ତ ଶ୍ରେୟର ହକଦାର ସ୍ୱୟଂ ମହାବାହୁ ଶ୍ରୀଜଗନ୍ନାଥ
Book Details
- Country: US
- Published:
- Publisher: JEC PUBLICATION
- Language: or
- Pages: 142
- Available Formats:
- Reading Modes:
Buy Now (0.58 USD)